ବିନୋଦ ବିହାରୀ ପଲାଇ

ବିନୋଦ ବିହାରୀ ପଲାଇ

Published Author

ବିନୋଦ ବିହାରୀ ପଲାଇ ଓଡ଼ିଆ ସାହିତ୍ୟ ଜଗତର ଜଣେ ବିଶିଷ୍ଟ ସାହିତ୍ୟିକ, ସମାଲୋଚକ, ପ୍ରବନ୍ଧକାର, ସୁବକ୍ତା ଓ ସାରସ୍ୱତ ସାଧକ। ୧୯୩୦ ମସିହା ଅଗଷ୍ଟ ୮ ତାରିଖରେ ଅବିଭକ୍ତ ବାଲେଶ୍ୱର (ବର୍ତ୍ତମାନର ଭଦ୍ରକ) ଜିଲ୍ଲାର ଲକ୍ଷ୍ମୀପ୍ରସାଦ ଗ୍ରାମରେ ତାଙ୍କର ଜନ୍ମ। ବାସୁଦେବପୁର ହାଇସ୍କୁଲରୁ ମାଟ୍ରିକ, ଫକୀର ମୋହନ କଲେଜରୁ ଆଇ.ଏ. ଏବଂ କଟକର କ୍ରାଇଷ୍ଟ କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ।

ଓଡ଼ିଶା ସରକାରଙ୍କ ସଚିବାଳୟରେ କର୍ମଜୀବନ ଆରମ୍ଭ କରି ସେ ନିଜର ଦକ୍ଷତା, ସତ୍ୟନିଷ୍ଠା ଓ କର୍ତ୍ତବ୍ୟପରାୟଣତା ବଳରେ ଅର୍ଥ ବିଭାଗର ଅତିରିକ୍ତ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ। ପେନ୍‌ସନ୍‌ଭୋଗୀମାନଙ୍କ ପାଇଁ ନିୟମାବଳୀ ପ୍ରଣୟନରେ ତାଙ୍କର ଅବଦାନ ସ୍ମରଣୀୟ।

ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ସେ ଦୀର୍ଘଦିନ ଧରି ଗୋଦାବରୀଶ ସାହିତ୍ୟ ସଂସଦର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଯୁବ ଲେଖକ ସମ୍ମେଳନ, ଜଗନ୍ନାଥ ପାଣି ସ୍ମୃତି ସଂସଦ, ଶିଳାଶ୍ରୀ ସାହିତ୍ୟ ସଂସ୍କୃତି ପରିଷଦ ଓ ଅନ୍ୟାନ୍ୟ ସାରସ୍ୱତ ଅନୁଷ୍ଠାନ ସହ ତାଙ୍କର ସକ୍ରିୟ ସମ୍ପୃକ୍ତି ରହିଥିଲା। ତାଙ୍କର ଗଳ୍ପ, କବିତା, ପ୍ରବନ୍ଧ ଓ ସମାଲୋଚନା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ସାହିତ୍ୟ, ପ୍ରଶାସନ, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ସମନ୍ୱୟରେ ସେ ଓଡ଼ିଆ ସାରସ୍ୱତ ଜଗତରେ ଜଣେ ସମ୍ମାନିତ ଓ ସ୍ମରଣୀୟ ବ୍ୟକ୍ତିତ୍ୱ।

Published Works

3 Books

Get a Call Back & Claim 10% Off!

Leave your details for quick support

Have questions about publishing or book purchasing? Request a callback from our team and get a FLAT 10% DISCOUNT code!